ସାମସଙ୍ଗ ତିଆରି କରୁଛି ଭାଙ୍ଗୁ ନ ଥିବା ମୋବାଇଲ୍‌ ସ୍କ୍ରିନ୍‌

0

ସିଓଲ: ସାମସଙ୍ଗ  ବିଶ୍ୱର ଅଗ୍ରଣୀ ମୋବାଇଲ୍‌ ଫୋନ୍‌ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ । ବିଭିନ୍ନ ସମୟରେ ଏହା ହାଇଏଣ୍ଡ ସହ ମଧ୍ୟମ ଓ ଶସ୍ତା ସ୍ମାର୍ଟ ଫୋନ୍‌ ନିର୍ମାଣ କରିଥାଏ। ସ୍ମାର୍ଟ ଫୋନ୍‌ର ସ୍କ୍ରିନ୍‌ ଅନେକ ସମୟରେ ତଳେ ପଡିବା ଯୋଗୁଁ ଫାଟି ଯାଇଥାଏ ବା ଭାଙ୍ଗି ଯାଇଥାଏ । ମାତ୍ର ସାମସଙ୍ଗ ଏପରି ଏକ ଫୋନ୍‌ ସ୍କ୍ରିନ୍‌ ତିଆରି କରୁଛି ଯାହା ତଳେ ପଡିଲେ ଭାଙ୍ଗିବ ନାହିଁ। ଏହି ସ୍କ୍ରିନ୍‌ଟି ମିଲଟାରୀ ଷ୍ଟାଣ୍ଡାର୍ଡ ବା ସୈନ୍ୟ ସ୍ତରୀୟ ମାନକ ପରୀକ୍ଷଣରେ ସଫଳତା ପାଇଛି ।

ଏହି ପରୀକ୍ଷଣରେ ଫୋନ୍‌ ପଡି ଗଲେ ବା ଖସି ପଡିଲେ ସ୍କ୍ରିନ୍‌ର କୌଣସି କ୍ଷତି ହେବ ନାହିଁ । ଅନେକ ସମୟରେ ଫୋନ୍‌ ଖସି ପଡିଲେ ସ୍କ୍ରିନ୍‌ ପ୍ୟାନେଲ କ୍ଷତି ଗ୍ରସ୍ତ ହୋଇ ଫୋନ୍‌ କାମ କରି ନଥାଏ । ଅତି ଉଚ୍ଚ ତାପମାତ୍ରାରେ ଏହି ଫୋନ୍‌ ୪ ଫୁଟ୍‌ ଉଚ୍ଚରୁ ପଡିଲେ ଏହାର କୌଣସି କ୍ଷତି ହେବ ନାହିଁ । ୬ ଫୁଟ୍‌ ଉଚ୍ଚରୁ ପଡିଲେ ଫୋନ୍‌ରେ ଦାଗ ବି ହେବ ନାହିଁ  ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । -୩୨ ଡିଗ୍ରୀ ସେଲସିୟସ ଓ  ଯୁକ୍ତ ୭୨ ଡିଗ୍ରୀ ସେଲସିୟସରେ ଫୋନ୍‌ କାମ କରିବ । ପରୀକ୍ଷଣ ବେଳେ ଏହାକୁ ୨୬ ଥର ଫିଙ୍ଗା ଯାଇଥିଲା । ଏହାର କୌଣସି କ୍ଷତି ହୋଇ ନ ଥିଲା । ଓଏଲ୍‌ଇଡି ସ୍କ୍ରିନ୍‌ ଯୁକ୍ତ  ଏହି ଫୋନ୍‌କୁ ଗ୍ରାହକମାନେ ପସନ୍ଦ କରିବେ ବୋଲି  କମ୍ପାନୀ ପକ୍ଷରୁ ଆଶା ରଖା ଯାଇଛି ।

Leave A Reply