ଦେଶରେ ୪୬.୯% ଯୁବକ: ଶିଶୁ ଜନ୍ମରେ ବିହାର-ଉତ୍ତରପ୍ରଦେଶ ଆଗରେ

  • ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନ ଜାରି କଲେ ୨୦୧୮ ନମୁନା ରେଜିଷ୍ଟ୍ରେସନ ରିପୋର୍ଟ

  • ରିପୋର୍ଟ ଅନୁସାରେ ଦେଶରେ ୪୬.୯% ଯୁବକ, ସେମାନଙ୍କ ମଧ୍ୟରୁ ୪୭.୪% ପୁରୁଷ, ୪୬% ମହିଳା 

ଭାରତ ଜନଗଣନା କମିଶନ ତଥା ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ଜାରି କରିଛି ଦେଶର ଜନଗଣନା ସଂକ୍ରାନ୍ତ ନମୁନା ରିପୋର୍ଟ । ୨୦୧୮ ଜନଗଣନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଯୁବକ ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ଅଛନ୍ତି । ଦେଶର ଯୁବକମାନଙ୍କ ଅନୁପାତ ୪୬.୯% ଏବଂ ୨୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୫୭.୨% ।

ଜନ୍ମହାର: ବିହାର ଶୀର୍ଷରେ , ଦ୍ବିତୀୟ ଉତ୍ତରପ୍ରଦେଶ

ଦେଶରେ ଜନ୍ମହାରରେ ଦ୍ରୁତ ହ୍ରାସ ଘଟିଛି । କିନ୍ତୁ ଲୋକଙ୍କର ଜୀଇବାର ଅବଧି ବୃଦ୍ଧି ପାଇଛି । କିଛି ରାଜ୍ୟ ଏମିତି ଅଛି ଯେଉଁ ରାଜ୍ୟରେ ଜନ୍ମହାର ବୃଦ୍ଧି ଯୋଗୁଁ ଜନସଂଖ୍ୟା ବୃଦ୍ଧି ପାଇଛି । ଏହି ମାମଲାରେ ବିହାର ସବୁଠୁ ଆଗରେ ରହିଛି । ଏହି ରାଜ୍ୟରେ ଶିଶୁ ଜନ୍ମହାର ୩.୨% ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ରିପୋର୍ଟରେ ପ୍ରକାଶ ପାଇଛି । ଦ୍ବିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏହି ରାଜ୍ୟରେ ଶିଶୁ ଜନ୍ମ ହାର ୨.୯% ଓ ୨୫ ବର୍ଷରୁ ଅଧିକ ଲୋକଙ୍କ ବୟସ ୫୨.୭% ।

ସବୁଠୁ କମ ଜନ୍ମ ହାର କେରଳରେ 

ରିପୋର୍ଟ ଅନୁସାରେ ସାରା ଦେଶରେ କେରଳ ଶିଶୁ ଜନ୍ମହାର ସବୁଠୁ କମ୍ । ଏଠାରେ ଜନ୍ମହାର ମାତ୍ର ୧.୭% । ଏହା ସହ ୨୫%ରୁ କମ୍ ଆୟୁ ବର୍ଗର ଲୋକ ସଂଖ୍ୟା କେରଳରେ ୩୭.୪% ବୋଲି କୁହାଯାଇଛି  ଜନ୍ମହାର ପ୍ରତି ମହିଳାଙ୍କ ଅନୁପାତରେ ଶିଶୁ ଜନ୍ମ ହାରକୁ ନେଇ ଆକଳନ କରାଯାଇଥାଏ ।

ମୃତ୍ୟୁ ହାର: ଛତିଶଗଡ଼ ସବୁଠୁ ଆଗରେ, ଦିଲ୍ଲୀରେ ସବୁଠୁ କମ୍ 

ଏହି ରିପୋର୍ଟ ଅନୁସାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୨୫ ବର୍ଷରୁ କମ୍ ବୟସର ଯୁବକଙ୍କ ସଂଖ୍ୟା ଅଧିକ । ସେହିପରି ମୃତ୍ୟୁହାର ଛତିଶଗଡ଼ରେ ସର୍ବାଧିକ ଓ ୮% । ଦିଲ୍ଲୀରେ ଏହି ସଂଖ୍ୟା ସବୁଠୁ କମ୍ ଅର୍ଥାତ୍ ୩.୩% । ଗତ ୪୦ ବର୍ଷ ମଧ୍ୟରେ ଦେଶରେ ମୃତ୍ୟୁ ହାର ହ୍ରାସ ପାଇଛି । ୧୯୭୧ ମସିହାରେ ଦେଶରେ ମୃତ୍ୟୁହାର ୧୪.୯% ଥିବାବେଳେ ଏବେ ୨୦୧୮ରେ ତାହା ୬.୨%କୁ ହ୍ରାସ ପାଇଛି । ଗତ ଏକ ଦଶକ ମଧ୍ୟରେ  ଗ୍ରାମାଞ୍ଚଳରେ ମୃତ୍ୟୁ ହାର ୭.୩%ରୁ ୬.୨%କୁ ହ୍ରାସ ପାଇଛି । ସେହିପରି ସହାଞ୍ଚଳରେ ମୃତ୍ୟୁହାର ୫.୮%ରୁ ୫.୧%କୁ ହ୍ରାସ ପାଇଥିବା ସୂଚନା ମିଳିଛି ।

Comments are closed.