ସଙ୍ଗଠନ ସଜାଡ଼ିଲେ ସମୀର: ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ

ଇରାଶିଷ ଆଚାର୍ଯ୍ୟ ଯୁବ ମୋର୍ଚା ସଭାପତି, ସ୍ମୃତି ପଟ୍ଟନାୟକ ମହିଳା ମୋର୍ଚା ସଭାନେତ୍ରୀ

ଭୁବନେଶ୍ବର: ସଭାପତି ହେବାର ୫ ମାସ ପରେ ରାଜ୍ୟ ବିଜେପି ସଙ୍ଗଠନ ସଜଡ଼ା ଅଭିଯାନ ଆରମ୍ଭ କରିଛନ୍ତି ସମୀର ମହାନ୍ତି । ଆଜି ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି । ଏଥିରେ ୧୦ ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ସାଧାରଣ ସମ୍ପାଦକ ଭାବରେ ୪ ଜଣ ସ୍ଥାନ ପାଇଛନ୍ତି ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବ୍ରହ୍କଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସହ ଭୃଗୁ ବକ୍ସିପାତ୍ର, ବଳଭଦ୍ର ମାଝି, ଭାସ୍କର ମଢ଼େଇ, ସୁକେଶୀ ଓରାମ, ଅନୀତା ପଟ୍ଟନାୟକ ଓ ପ୍ରଭାତୀ ପରିଡ଼ାଙ୍କୁ ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ସାଧାରଣ ସଂପାଦକ ଥିବା ପୃଥ୍ବୀରାଜ ହରିଚନ୍ଦନ ପୂର୍ବପରି ସାଧାରଣ ସମ୍ପାଦକ ରହିଛନ୍ତି । ମୁଖପାତ୍ର ଗୋଲୋକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପଦୋନ୍ନତି ମିଳିଛି । ଗୋଲୋକ ପୂର୍ବରୁ ଦଳୀୟ ମୁଖପାତ୍ର ଓ ଲେଖାଶ୍ରୀ ସମ୍ପାଦିକା ରହିଥିଲେ । ମାନସ ମହାନ୍ତି ସାଧାରଣ ସମ୍ପାଦକ (ସଙ୍ଗଠନ) ଓ ସୁଦର୍ଶନ ଗୋଏଲ କୋଷାଧ୍ୟକ୍ଷ ରୂପେ  ନିଯୁକ୍ତି ପାଇଛନ୍ତି ।

ଅନ୍ୟପକ୍ଷରେ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର ପ୍ରମୁଖ ସମୀରଙ୍କ ନୂତନ ଟିମରେ ସମ୍ପାଦକ ରୂପେ ନିଯୁକ୍ତି ପାଇଛନ୍ତି ।

ବିଜେପିର ୫ ଛାମୁଆ ମୋର୍ଚାର ସଭାପତିଙ୍କୁ ମଧ୍ୟ ପରିବର୍ତନ କରାଯାଇଛି । ଯୁବନେତା ଇରାଶିଷ ଆଚାର୍ଯ୍ୟ ଯୁବମୋର୍ଚା ସଭାପତି ଭାବରେ ନିଯୁକ୍ତି ପାଇଛନ୍ତି । ସ୍ମୃତି ପଟ୍ଟନାୟକଙ୍କୁ ମହିଳା ମୋର୍ଚା, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚା, ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଅନୁସୂଚୀତ ଜନଜାତି ମୋର୍ଚା, ପୂର୍ବତନ ସାଂସଦ ବିଭୁ ତରାଇଙ୍କୁ ଅନୁସୂଚୀତ ଜାତି ମୋର୍ଚା ଓ ସିକନ୍ଦର ଅଲ୍ଲୀଙ୍କୁ ସଂଖ୍ୟାଲଘୁ ମୋର୍ଚା ସଭାପତି ନିଯୁକ୍ତି ଦିଆଯାଇଛି ।

ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ ଓ ଉମାକାନ୍ତ ପଟ୍ଟନାୟକ ରାଜ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଛନ୍ତି ।

 

Comments are closed.