ବୌଦ୍ଧ ସଂଗ୍ରହାଳୟ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ 

ବୌଦ୍ଧ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବଲାଙ୍ଗିର ଗସ୍ତରେ ଯାଉଥିବାବେଳେ ବୌଦ୍ଧରେ ସ୍ୱଳ୍ପ ସମୟ ରହଣି ସମୟରେ ଐତିହାସିକ ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ, ରାଜ୍ୟ ସଂଗ୍ରହାଳୟ ପରେ ଏହି ଐତିହାସିକ ସଂଗ୍ରହାଳୟର ଗୁରୁତ୍ୱ ରହିଛି। ଏହାଦ୍ୱାରା ଅଂଚଳର ପୂରାତନ ଲୋକକଳା,ସଂସ୍କୃତି,ହସ୍ତଶିଳ୍ପ,କାରିଗରୀ ଓ କିତ୍ତିରାଜୀକୁ ସଂରକ୍ଷଣ ମିଳିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଏହି ସଂଗହାଳୟ ଆକର୍ଷିତ କରିବ ବୋଲି କହିବା ସହ ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀଦାଶଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ, ଜିଲା ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର, ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବିଜେଡି ଜୋନାଲ ସଭାପତି ଅଶୋକ କୁମାର ସାହୁ ଓ ବରିଷ୍ଠ ଓକିଲ ଯୋଗେଶ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.