୨ ଦିନ ସଟଡାଉନ ହେଲା ବୁର୍ଲା

ସମ୍ବଲପୁର : ସମ୍ବଲପୁର ଜିଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାର ୩ ରୁ ୭ ନମ୍ବର ୱାର୍ଡକୁ ଦୁଇ ଦିନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଟଡାଉନ କରାଯାଇଛି ।  ଆସନ୍ତା କାଲି ଅର୍ଥାତ ଗୁରୁବାର ଓ ୧୦ ତାରିଖ ଦୁଇ ଦିନ ସଟଡାଉନ ରହିବ। ଜରୁରୀକାଳୀନ ସେବା ଓ ବୁର୍ଲା ଭିମସାର କ୍ୟମ୍ପସକୁ ସଟଡାଉନରୁ ବାଦ ଦିଆଯାଇଛି ।

ସୂଚନା ଅନୁଯାୟୀ, ଜିଲାର ସମସ୍ତ ଡାକ୍ତରଖାନା, ନର୍ସିଂହୋମ, କ୍ଲିନିକ୍, ମେଡିସିନ୍ ଷ୍ଟୋର୍, ଜରୁରୀକାଳୀନ ଡ୍ୟୁଟିରେ ଥିବା ରାଜ୍ୟ ତଥା କେନ୍ଦ୍ରୀୟ ସରକାରୀ ଅଧିକାରୀ, ମିଡିଆ, ପେଟ୍ରୋଲ୍ ପମ୍ପ, ଦୁଗ୍ଧ ବୁଥ୍, ଏଟିଏମ୍,  ପରିବହନକାରୀ ଓ କୃଷି କାର୍ଯ୍ୟକଳାପକୁ ସଟଡାଉନରୁ ବାଦ ଦିଆଯାଇଛି । ତେବେ ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡିବ। କୌଣସି ନିୟମ ଉଲଙ୍ଘନ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.