ପୁରୀ ହାଜତ ମୃତ୍ୟୁ ଘଟଣା; ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ପୁରୀ : ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏ ନେଇ ସାଧାରଣ ଲୋକ, ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିରୋଧ ପ୍ରକାଶ ପାଇଛି । ଶନିବାର ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସମ୍ବିତ ପାତ୍ର କହିଛନ୍ତି, ହାଜତରେ ମୃତ୍ୟୁବରଣ କରିଥିବା କେ. ରମେଶଙ୍କୁ ପୁଲିସ ଆତଙ୍କବାଦୀ ଭଳି ବ୍ୟବହାର କରିଥିଲା । ରମେଶଙ୍କୁ ଘଣ୍ଟାଏ ଭିତରେ ବାଡ଼େଇ ବାଡ଼େଇ ପୁଲିସ ମାରିଦେଲେ ।   ପୁଲିସ୍‌ ରକ୍ଷକ ପରିବର୍ତ୍ତେ ଭକ୍ଷକ ହେବା ଆଦୌ ଉଚିତ ନୁହେଁ ବୋଲି ସମ୍ବିତ କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ଗତ ୧୮ ତାରିଖ ବୁଧବାର ଦିନ ମଧ୍ୟାହ୍ନ ସମୟରେ ଏକ ଡକାୟତି ଅଭିଯୋଗରେ କେ.ରମେଶକୁ ବାସେଳୀସାହି ଥାନା ପୁଲିସ ଉଠାଇ ନେଇଥିଲା । ଥାନା ହାଜତରେ କେ.ରମେଶଙ୍କୁ ପିଟି ପିଟି ମାରି ଦେବାର ଅଭିଯୋଗ ହୋଇଥିଲା । ଯାହାପରେ ଥାନାରେ ଉତ୍ତେଜନା ଲାଗି ରହିଥିଲା ।

Comments are closed.