ବୌଦ୍ଧଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ: ବୌଦ୍ଧଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲାର ୧୦ଟି ମଣ୍ଡଳ ସମସ୍ତ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଳା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ  ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବରିଷ୍ଠ ବିଜେପି ନେତା ମାଗୁଣି ଗାଈଗୌରିଆ,କହ୍ନାଇଁ ଚରଣ ଡାଙ୍ଗ,ମନୋରଂଜନ ଦାଶ,ନମିତା ରାଣୀ ଦାଶ,ପ୍ରେମାନନ୍ଦ ମିଶ୍ର,ତାପସ ପଟ୍ଟନାୟକ,ସତ୍ୟାନନ୍ଦ ପାଣ୍ଡେ,ପଞ୍ଚମନ ଜଗଦଲା,ଅରୁଣ ନାଏକ ପ୍ରମୁଖ ଯୋଗଦାନ କରିଥିଲେ।

Comments
Loading...