ତୃତୀୟ ସମ୍ବଲପୁରୀ ଜାତୀୟ ସମ୍ମିଳନୀ

ସମ୍ବଲପୁର: ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପଦ୍ମଶ୍ରୀ ମିତ୍ରଭାନୁ ଗଁତିଆ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ, ସନ୍ତୋଷ ଅମାତ, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ସମ୍ବଲପୁର ଓକିଲ ସଂଘ ସଭାପତି ପ୍ରମୋଦ କୁମାର ରଥ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ ଓ ସଂଯୋଜକ ମାନସ ବକ୍ସି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା କରାଯାଇ କିଭଳି ଭାବରେ ଏହାକୁ ବିଶ୍ୱସ୍ତରକୁ ନିଆଯାଇ ପାରିବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ସମ୍ବଲପୁରୀ କବି ଓ ମଞ୍ଚର ସଦସ୍ୟ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଯୁବ ନେତା ଶୈଳେଶ ଦାନୀ କରୋନା ସମୟରେ ମାନବ ସମାଜ ପ୍ରତି କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦାନୀ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀ ଭୁବନେଶ୍ୱର ଠାରେ ଏକ ପଶ୍ଚିମାଞ୍ଚଳ ଭବନ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।

Comments
Loading...