ସୋମବାରରୁ ସମଲେଶ୍ୱରୀ ଏକ୍ସପ୍ରେସ ପୁନଃ ଚଳାଚଳ

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ । ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ଏହି ରେଳ ପ୍ରତି ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ରାତ୍ର ୧୦ଟା ୨୦ରେ ହାୱାଡ ରୁ ଏବଂ ଆସନ୍ତା ୫ ତାରିଖରୁ ପ୍ରତି ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ଜଗଦଲପୁରରୁ ସକାଳ ୫ଟା ୫ରେ ଛାଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.