ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଡିଜିଟାଲ ସମ୍ବଲପୁରୀ ଦିନ୍

ସମ୍ବଲପୁର:   କରୋନା ଯୋଗୁଁ ପଶ୍ଚିମାଞ୍ଚଳ ଏକତା ଆହ୍ବାନ କ୍ରମେ ଏଥର ଭିନ୍ନ ଭାବରେ ପାଳନ ହୋଇଛି ସମ୍ବଲପୁରୀ ଦିନ୍। । ଦିନ ତମାମ ପଶ୍ଚିମାଞ୍ଚଳ ଫେସବୁକ ଗୃପରେ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ସମସ୍ତେ ସମ୍ବଲପୁରୀ କପଡା ପିନ୍ଧି କୋଭିଡ ନିୟମ ମାନି ଲୋକେ ନିଜ ନିଜ ଘରେ ପରିବାର ସହ ସମ୍ବଲପୁରୀ ଦିନପାଳନ କରିଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସକାଳୁ ଇଷ୍ଟ ଦେବୀ ସମଲେଇ ଙ୍କ ମନ୍ଦିର ଆଗରେ ପୂଜାର୍ଚନା କରାଯାଇଥିଲା ।ଏହାପରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା ।  ଏହି ଅବସରରେ ଚଲିତ ବର୍ଷ ପାଇଁ ସମ୍ବଲପୁରୀ ଅଭିନେତା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ସମ୍ମାନିତ କରାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଏବଂ ଡ ପ୍ରମୋଦ ରଥ ଙ୍କ ସହ ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନୀ ଶଙ୍କର ଭୋଇ , ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି, ସମ୍ବଲପୁର ଶାଖା ସଂଯୋଜକ ସନ୍ତୋଷ କୁମାର ବଢାଇ , ଭୂବନେଶ୍ବର ସଂଯୋଜକ ମାନସ ରଂଜନ ଜୟପୁରୀଆ, ଯୁବ ସଂଯୋଜକ ଦେବାଶିଷ ବେହେରା ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଥିଲେ ।

ଏହାପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଗୀତାରାଣୀ ପଣ୍ଡା, କାନ୍ତି ମେହେର, ଆଭାସ ପଣ୍ଡା, ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, ସୁଦାମ ମେହେର ପ୍ରମୁଖ ସୌନ୍ଦର୍ଯ୍ୟ ପ୍ରତି ଯୋଗିତାରେ ସଫଲତା ପାଇଥିବା ଅର୍ପିତା ପୂଜାରୀଙ୍କ ବାସଭବନରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।  ଦିନ ବାରଟାରୁ  ପଶ୍ଚିମାଞ୍ଚଳ ଫେସବୁକ ଗୃପରେ  ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଗୀତ, କବିତା, ଆଦି ପରିବେଷଣ କରାଯାଇଥିଲା । ପଚିଶ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଗୃପରେ ସାମିଲ ହୋଇ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି । ସେହିପରି ପଶ୍ଚିମାଞ୍ଚଳ ଏକତା ମଞ୍ଚର ଅନ୍ୟଏକ ଦଳ   ତର୍ପଣ ପ୍ରଧାନଙ୍କ ନେତୃତ୍ଵରେ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତି ଆଉ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଚଳିତ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଅନଲାଇନ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଦେଶ ଏବଂ ଦେଶ ବାହାରୁ କୋଡିଏ ହଜାର ରୁ ଉର୍ଦ୍ଧ୍ବ ଲୋକ ଅଂଶଗ୍ରହଣ କରିଥିଲେ । ଗୁରୁ ସତ୍ୟ ନାରାୟଣ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ  ମୋହିତ ସ୍ବାଇଁ, ପଙ୍କଜିନୀ ମେହେର, ନିଶିକାନ୍ତ ବିଶ୍ବାଳ, ଚୈତନ୍ୟ ନାୟକ, ସ୍ନେହଲତା କୁମାରୀ ଦେବୀ ପ୍ରମୁଖ ସାମିଲ ହୋଇଥିଲେ । ଆନ୍ତର୍ଜାତୀୟ ସମ୍ମାନ ପ୍ରାପ୍ତ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଡକ୍ଟର ଜିତେନ୍ଦ୍ର ହରିପାଲ, ମୁମ୍ବାଇରୁ ସାଧୁ ମେହେର, ଅଟଳ ବିହିରୀ ପଣ୍ଡା , ସମ୍ବଲପୁର ଜିଲ୍ଲା ପାଳ ଶୁଭମ ସକସେନା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁରୀ ଦିନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିକୁ   ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପବିତ୍ର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଇଥାଏ । ତେବେ ଚଲିତ ବର୍ଷ କରୋନା ମହାମାରୀ ଯୋଗୁଁ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମଂଚରେ ଆୟୋଜିତ ହୋଇପାରିନାହିଁ । ତଥାପି

 

Comments are closed.