ସମ୍ବଲପୁର ବିଧାନସଭା ଭର୍ଚୁଏଲ ରାଲିର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତି ହୋଇ ସାରିଛି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତ୍ୟେକ ବର୍ଷ ପୂର୍ତ୍ତିରେ ଦେଶ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରି ଆସୁଛନ୍ତି। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କିନ୍ତୁ ଏ ବର୍ଷ କୋଭିଡ-୧୯ କଟକଣା ଯୋଗୁଁ କାର୍ଯ୍ୟକ୍ରମର ଆକାର ଓ ପ୍ରକାରରେ ପରିବର୍ତ୍ତନ ଘଟିଛି । ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ଭର୍ଚୁଏଲ ରାଲିରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ସାମିଲ କରିବାକୁ ଜନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଥମେ ରାଷ୍ଟ୍ରୀୟ ସ୍ତର ରୁ ଆରମ୍ଭ ହୋଇ ରାଜ୍ୟ ସ୍ତରୀୟ, ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ, ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଓ ବିଭିନ୍ନ ମୋର୍ଚ୍ଚା ର ସ୍ୱତନ୍ତ୍ର ଜନ ସମ୍ବାଦ ରେଲି ରେ ଉଦବୋଧନ ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଦ୍ଧକ୍ଷ, ବିଭିନ୍ନ ମନ୍ତ୍ରୀ ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀ ମାନେ ।

ଏହି ମର୍ମରେ ଆଜି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ଜନ ସମ୍ବାଦ ରେଲି ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଥିଲେ। ସେ ତାଙ୍କର ଅଭିଭାଷଣରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାର ଙ୍କର ବିଫଳତା ଯୋଗୁଁ କିଭଳି ଓଡ଼ିଶାରେ ସେ ଯୋଜନା ମାନେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ସେ ବିଷୟ ରେ ଆଲୋକପାତ କରିଥିଲେ । ଏବର୍ଷର ରଥଯାତ୍ରା ପ୍ରସଙ୍ଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର କିଭଳି ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ ସେ ବିଷୟ ମଧ୍ୟ ଉଲ୍ଲେଖ କରି ନବୀନ ସରକାରର ମୁଖା ଖୋଲିଥିଲେ। ସମ୍ବଲପୁରକୁ ଆତ୍ମନିର୍ଭର ଭାରତର କେନ୍ଦ୍ରସ୍ଥଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କ ଅଭିଭାଷଣ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ତାଙ୍କର ବକ୍ତବ୍ୟ ପ୍ରଦାନ କରି ସମ୍ବଲପୁରର ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହିତ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ, ବାସହୀନଙ୍କୁ ଗୃହ ନିର୍ମାଣ ସହାୟତା, ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ, ବୃହତ ରିଙ୍ଗ ରୋଡ଼ ଓ ମହାନଦୀ ଅପର ପାର୍ଶ୍ୱ ର ରିଙ୍ଗ ରୋଡ଼ ଭଳି ଅନେକ ପ୍ରସଙ୍ଗରେ ଆଲୋକପାତ କରିଥିଲେ ।

ପରେ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେବ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନାଉରି ନାଏକ କୁଚିଣ୍ଡା ର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଜନସମ୍ବାଦ ରେଲି ରେ ଜିଲ୍ଲା ପରିଷଦ ଅଦ୍ଧକ୍ଷ ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଉପସଭାପତି ସମୀର ରଞ୍ଜନ ବାବୁ ଧନ୍ୟବାଦ ଜ୍ଞାନପ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ସବିତା ନନ୍ଦ, ଅନିଲ ବେହେରା, ଦାମୋଦର କର, ମାନସ ରଞ୍ଜନ ବକ୍ସି, ଅଶ୍ୱିନୀ ମଝି, ଶିବ ଦିୱାନ, ସୁଶାନ୍ତ କୁମାର ପୁରୋହିତ, ଗିରିଜା ସାହୁ, ଶମ୍ଭୁ ବରେଲିଆ, ସରୋଜ କୁମାର ଘଡାଇ, ପ୍ରକାଶ ସାହୁ, ଜୟନ୍ତ ସାହୁ, ମନୋଜ ସ୍ୱାଇଁ, ବିଷ୍ଣୁ ରଖିତ, ଶ୍ରୀକାନ୍ତ ପାଣିଗ୍ରାହୀ, ମୋହନ ଦାଶ ବହୁ ମୋର୍ଚ୍ଚା ସଭାପତି ଓ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Comments are closed.