ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ କୁଳପତି ପ୍ରଫେସର ଦୀପକ କୁମାର ବେହେରା ନିର୍ଦେଶ ଦେଇଛନ୍ତି। କୁଳପତି ପ୍ରଫେସର ବେହେରା କହିଛନ୍ତି ଯେ ସମ୍ବଲପୁର ଓ ବୁର୍ଲାରେ କରୋନା ରୋଗୀ ସଂଖ୍ୟା ବଢୁଥିବାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିଷେଧକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ଜ୍ୟୋତିବିହାର ସମ୍ବଲପୁର ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ଏବଂ ସମସ୍ତ ପିଜି ଡିପାର୍ଟମେଣ୍ଟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟ ବନ୍ଦ ରହିବା ସମୟରେ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀ ସେମାନଙ୍କ ମୋବାଇଲ୍‌ ଫୋନ୍ ସ୍ବିଚ୍‌ଅଫ୍ ନ ରଖିବାକୁ କୁଳପତି ନିର୍ଦେଶ ଜାରି କରିଛନ୍ତି।

Comments are closed.