ବିନା ହେଲ୍‌ମେଟ୍‌, ଡିଏଲ୍‌ରେ ଗାଡି ଚଳାଇବା ମହଙ୍ଗା ପଡିଲା -ସମ୍ବଲପୁର ଜିଲାରେ ୨୦୬ ଜଣଙ୍କ ଡିଏଲ ସସପେଣ୍ଡ

ସମ୍ବଲପୁର – ରାଜ୍ୟ ପରିବହନ ବିଭାଗ କମିଶନର ସଞ୍ଜୀବ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଗତ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ମୋଟରଯାନ ଚେକିଂ ଅଭିଯାନ କରାଯାଇଥିଲା । ଏହି କ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ହେଲମେଟ ଓ ଦ୍ରୁତଗତିରେ ଗାଡି ଚାଳନା ଉପରେ ଚେକିଂ କରାଯାଇଥିଲା । ସପ୍ତାହବ୍ୟାପି ଆୟୋଜିତ ଏହି ଅଭିଯାନ ସମୟରେ ହେଲମେଟ ପରିଧାନ ଓ ଦ୍ରୁତଗତିରେ ଗାଡି ଚାଳନା ଉପରେ ଜୋର ଦେବା ସହିତ ନିୟମ ଖିଲାପକାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସପ୍ତାହବ୍ୟାପି ଅଭିଯାନ ସମୟରେ ୫୪୩ ଜଣ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ଜରିମାନା କରାଯାଇଥିବା ବେଳେ ୨୦୬ ଜଣ ଚାଳକ ଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯାଇଛି । ହେଲମେଟ ପରିଧାନ ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ସମୟରେ ଦୁଇ ଚକିଆ ଯାନ ଚାଳକ ଓ ଆରୋହୀ ଙ୍କ ଅମୂଲ୍ୟ ଜୀବନ ବର୍ତ୍ତି ଯାଉଥିବାରୁ ପରିବହନ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇ ଜନତାଙ୍କ ସଚେତନ ମଧ୍ୟ କରାଯାଇଥିଲା । ଏଥି ସହ ଆଗାମୀ ଦିନରେ ଏଭଳି ଆହୁରୀ ଅଭିଯାନ ଆରମ୍ଭ କରାଯାଇ ଜନତାଙ୍କୁ ସଚେତନ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନଷ୍ଠାନ ମଧ୍ୟ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.