ଆଜି ପବିତ୍ର ମହାଳୟା ଅମାବାସ୍ୟା ; ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ସମ୍ବଲପୁରରେ ଆଜି ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ମା’ଧବଳ ବନାରସି ଶାଢୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାଆନ୍ତି। ମନ୍ଦିରର ସମସ୍ତ ସେବାୟତ ମଧ୍ୟ ଧଳା ବସ୍ତ୍ର ପରିଧାନ କରିଥାଆନ୍ତି।ମା’ଙ୍କ ପାଖରେ ସ୍ୱତନ୍ତ୍ର ଭୋଗ ଓ ନୀତି ହୋଇଥାଏ। କୋଭିଡ଼ କଟକଣା ହେତୁ ଆଜି ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ ସୋସିଆଲ ମିଡ଼ିଆରେ ସିଧାସଳଖ ମା’ଙ୍କ ଦର୍ଶନ କରିପାରିବେ।

Comments are closed.