ମାଲ ପରିବହନରେ ସମ୍ବଲପୁର ରେଳ ମଣ୍ଡଳର ରେକର୍ଡ

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଗତ ମାର୍ଚ୍ଚ ୩୧ରେ ୨୫ ରେକ ଯଥା ୧୧୬୫ ୱାଗନ ମାଲ ପରିବହନ କରି ମାଲ ପରିବହନ କ୍ଷେତ୍ରରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ମଣ୍ଡଳର ବିଭିନ୍ନ ଲୋଡିଂ ପଏଣ୍ଟ ଗୁଡିକରୁ ୦.୦୮୮ ମିଲିୟନ ଟନ ମାଲ ପରିବହନ କରାଯାଇଛି ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୬୮ ପ୍ରତିଶତ ଅଧିକ ଅଟେ। ଏହା ଦ୍ୱାରା ଗୋଟିଏ ଦିନରେ ୮.୭୮ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ବିଗତ ଆର୍ଥିକ ବର୍ଷ ଯଥା ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ବଲପୁର ରେଳ ମଣ୍ଡଳ ୧୨.୫୦୭ ମିଲିୟନ ଟନ ମାଲ ପରିବହନ କରିଛି ଯାହାକି ଗତ ବର୍ଷ (୧ ଏପ୍ରିଲ ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୧) ତୁଳନାରେ ୧୪.୦୮ ପ୍ରତିଶତ ଅଧିକ ଅଟେ। ସମ୍ବଲପୁର ମଣ୍ଡଳ ଅଧିନରେ ରହିଥିବା ଶିଳ୍ପ ତଥା ଖଣିଜ ୟୁନିଟ ଗୁଡିକରେ ଲକଡାଉନ ଏବଂ କମ କାର୍ଯ୍ୟବନ୍ଦ ସତ୍ୱେ ଏହି ଲକ୍ଷ୍ୟ ହାସଲ କରିବା ଏକ ମାଇଲଖୁଣ୍ଟ ଅଟେ। ଏଥିପାଇଁ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ସମସ୍ତ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.