MEllora 950×100

ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ମହଙ୍ଗା ପଡିଲା

ନକଲି ଶିକ୍ଷକ ଗଲେ ଜେଲ

ସମ୍ବଲପୁର  : ସମ୍ବଲପୁର ଜିଲା ଶାସନ ଥାନା ଅର୍ନ୍ତଗତ ପରମାଣପୁର ନିବାସୀ ଦୈତାରୀ ମହାପାତ୍ର ନାମକ ଜଣେ ବ୍ୟକ୍ତି ନକଲି ସିଟି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବାର ଅଭିଯୋଗ ସୂଚନା ଅଧିକାର ଆଇନ କର୍ମୀ ନିରଞ୍ଜନ ବଡପଣ୍ଡା ଅଭିଯୋଗ କରିଥିଲେ । ଏ ସର୍ମ୍ପକରେ ଶ୍ରୀ ବଡପଣ୍ଡାଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା ସଂଖ୍ୟା ୩୦୩/୨୦୨୧ ଅନୁଯାୟୀ ୨୩ ଜୁଲାଇ ୨୦୨୧ ମସିହାରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାର ତଦନ୍ତ ସମୟରେ ୨୦୦୫ ମସିହାରେ ନକଲି ସିଟି ସାର୍ଟିଫିକେଟ ଦେଇ ଜାମପାଲି ପ୍ରାଥମିକ ବିଦ୍ୟାଳୟ, ପରମାଣପୁର ଠାରେ ଚାକିରି କରୁଥିଲେ ଏବଂ ଏହା ପରେ ୨୦୧୧ ମସିହାରେ ସେ ରେଗୁଲାର ହେବା ପରେ ସିଟି ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ବିଏସଇ, ଓଡିଶା କଟକକୁ ପଠାଯାଇଥିବାର ଜଣାପଡିଥିଲା । ତେବେ ଯାଞ୍ଚ ସମୟରେ ଅଭିଯୁକ୍ତ ଦୈତାରୀ ମହାପାତ୍ରଙ୍କ ସାର୍ଟିଫିକେଟଟି ନକଲି ବୋଲି ଜଣାପଡିଥିଲା । ଏଣୁ ମାନେଶ୍ୱର ବିଇଓ ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ୨୦୨୦ ମସିହାରେ ବହିଷ୍କୃତ କରାଯାଇଛି । ଟାଉନ ପୁଲିସ ଏହି ମାମଲାର ଯାଞ୍ଚ କରି ଗୁରୁବାର ଉକ୍ତ ନକଲି ଶିକ୍ଷକ ଦୈତାରୀ ମହାପାତ୍ର ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ଅପରପକ୍ଷରେ ଉକ୍ତ ନକଲି ସାର୍ଟିଫିକେଟ ବଳରେ ସେ ପ୍ରାୟ ୧୫ ବର୍ଷ ଧରି ଚାକିରୀ କରିବା ଓ ସରକାରଙ୍କ ଠାରୁ ଦରମା ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Comments are closed.