ହୀରାକୁଦରେ ହ୍ରାସ ପାଉଛି ଜଳ ପତ୍ତନ ; ୩୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ: ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହୋଇଥିବା ବେଳେ ଡ଼୍ୟାମରୁ ସକାଳ ୮ଟାରୁ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୫ ଫୁଟ ରହିଛି। ଡ଼୍ୟାମ ମଧ୍ୟକୁ ୫ ଲକ୍ଷ ୨୩ ହଜାର ୮୮୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୧୧୬ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦର ବାମପଟେ ୨୩ ଓ ଡ଼ାହାଣ ପଟେ ୧୩ଟି ଗେଟ ଖୋଲା ରହିଛି। ଏହାସହ କଟକ ମୁଣ୍ଡୁଳିରେ ୧୦ ଲକ୍ଷ ୨୬ ହଜାର ୨୧୮କ୍ୟୁସେକ ଜଳ ପ୍ରବାହିତ ହେଉଛି।

Comments are closed.