ଆସନ୍ତା ୩ ଦିନ ବୁର୍ଲା ଭିସୁଟ ବନ୍ଦ

ସମ୍ବଲପୁର : ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟ ଆସନ୍ତା ୧୨ ତାରିଖ ସୋମବାର ଯାଏଁ ବନ୍ଦ ରହିବ। ପୂର୍ବ ଛୁଟି ଘୋଷଣା ଅନୁଯାୟୀ, ଶନିବାର ଓ ରବିବାର ମଧ୍ୟ ଭିସୁଟ ବନ୍ଦ ରହିବ। କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ ପରିସରକୁ ସାନିଟାଇଜ କରାଯିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି। ମୋଟ ୩ ଦିନ ପାଇଁ ଭିସୁଟ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷ ଏନେଇ ଘୋଷଣା କରିଛନ୍ତି। ପୂର୍ବଭଳି ଅନଲାଇନରେ ସମସ୍ତ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ।

Comments are closed.