ପ୍ରେମୀ ଯୁଗଳଙ୍କ ବାହାଘର କରାଇଲା ଓଡିଶା ଆଦିବାସୀ ଦଳିତ ସେନା

ସମ୍ବଲପୁର: ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଦୁଇ ଜଣ ପ୍ରେମୀ ଯୁଗଳଙ୍କ ଅନୁରୋଧ କ୍ରମେ ସେମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ସ୍ଥାନୀୟ ସଂର୍କମା ବାଗଡିଆ ନିବାସୀ ରାଜା ଲୁହା ଓ ପୁଟିବନ୍ଧ ନିବାସୀ ପୁଷ୍ପାଞ୍ଜଳୀ ଗୁଖୁରାଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ସର୍ମ୍ପକ ଗଢ଼ି ଉଠିଥିଲା। ତେବେ ପରବର୍ତ୍ତି ସମୟରେ ବିବାହ ପାଇଁ ଅସୁବିଧା ହେବାରୁ ପୁଷ୍ପାଞ୍ଜଳୀ ଓଡିଶା ଆଦିବାସୀ ଦଳିତ ସେନାର ଦ୍ୱାରସ୍ଥ ହୋଇ ସହୟତା କରିବା ପାଇଁ ଅନୁରୋଧ କରିଥିଲେ। ଏଣୁ ଆଦିବାସୀ ଦଳିତ ସେନା ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୁଟିବନ୍ଧ ଠାରେ ଉଭୟ ପକ୍ଷଙ୍କ ସହମତି କ୍ରମେ ଦୁଇ ପ୍ରେମୀଙ୍କ ବିବାହକୁ ନିରାଡମ୍ବରରେ ସମ୍ପନ୍ନ କରାଯାଇଛି।

ଏହି ଅବସରରେ ଦଳିତ ସେନାର ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ମୁଣ୍ଡା, ଦିଲ୍ଲୀପ ବେହେରା, କପିଳେନ୍ଦ୍ର ସାହୁ, ସୁର୍ଯ୍ୟକାନ୍ତ ବେରିହା, କପିଳେଶ୍ୱରୀ ବେଷନ, ଭୁମିସୂତା ସିଂ, ସବିତା କୁମ୍ଭାର, ସୁବର୍ଣ୍ଣ ତାଣ୍ଡିଆ, ପାର୍ବତୀ ମହାନନ୍ଦ, ରାଜକୁମାର ବେସନ, ହେମନ୍ତ ବେସନ, ନବିନ ବେସନଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ନବ ବରବଧୁଙ୍କୁ ଶୁଭକାମନା ଜଣାଇଥିଲେ।

Comments are closed.