ପାଣିରେ ବୁଡି ୨ ଶିଶୁ ମୃତ

ସମ୍ବଲପୁର: ଯୁଜୁମୁରା ଥାନା ଅନ୍ତର୍ଗତ କଲପା ଠାରେ ମଙ୍ଗଳବାର ଅପରାହ୍ନରେ ୨ ଶିଶୁ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ବୟସ ପ୍ରାୟ ୫ ବର୍ଷ ହୋଇଥିବା ଜଣା ପଡ଼ିଛି। ମୃତ ଶିଶୁଙ୍କ ନାମ ରାହୁଲ କୁମାର ସାହୁ (ପିତା – ରତ୍ନମଣି ସାହୁ, ଗୋବର୍ଦ୍ଧନ ବଡ଼ମାଲ) ଓ ଅଜୁଷ ପ୍ରଧାନ (ଲକ୍ଷ୍ମଣ ପ୍ରଧାନ, ଖରସନମାଲ, ଥାନା – ଜମନକିରା) ବୋଲି କୁହାଯାଉଛି।

ଯୁଜୁମୁରା ଥାନା ଅଧିକାରୀଙ୍କ ଅନୁଯାୟୀ, ଅପ୍ସରାହ୍ଣରେ କଲପା ଠାରେ ରତ୍ନମଣି ସାହୁଙ୍କ ଭେଣ୍ଡି ବାଡିକୁ ପରିବାର ସହିତ ରାହୁଲ ଓ ଭଣଜା ଅଜୁସ ଭେଣ୍ଡି ତୋଳିବା ପାଇଁ ଯାଇଥିଲେ। ପରିବାର ଲୋକେ ଭେଣ୍ଡି ତୋଳିବାରେ ଵ୍ୟସ୍ତ ଥିବା ବେଳେ ଭେଣ୍ଡି ବାଡ଼ି ନିକଟରେ ଥିବା ଏକ ପୋଖରୀରେ ଦୁଇ ଶିଶୁ ଖେଳିବା ସମୟରେ ବୁଡି ଯାଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୫ଟା ସମୟରେ ସେମାନଙ୍କ ଶବ ପୋଖରୀରେ ଭାସୁଥିବା ଦେଖି ମୃତ ଦେହ ଉଦ୍ଧାର କରିଥିଲେ। ତେବେ ପୁଲିସ ବିଲମ୍ବିତ ରାତ୍ରିରେ ଖବର ପାଇ ଘଟଣାସ୍ଥଳକୁ ଯାଇଛି ବୋଲି ଥାନାଧିକାରୀ କହିଛନ୍ତି। ଅପହଞ୍ଚ ଇଲାକା ହୋଇଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପରି ନାହିଁ। ତେବେ ଦୁଇ ଶିଶୁଙ୍କ ଅନ୍ତିମ ସଂସ୍କାର କରାଯାଇ ସାରିଥିବା ବୋଲି କୁହାଯାଉଛି।

Comments are closed.