ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରର ଜଣେ ଅନ୍ତେବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ତେବାସୀଜଣଙ୍କ ଜେଲ ପରିସରରେ ଥିବା ପାଇଖାନା ସ୍କାଇଲାଇଟରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାମ ଧରଣୀଧର ମହାନନ୍ଦ ବୋଲି ଜଣାପଡ଼ିଛି। ଧରଣୀଧର ମହାନନ୍ଦଙ୍କ ଘର ସଦର ଥାନା ଅନ୍ତର୍ଗତ ତକବା ଗାଁରେ ବୋଲି ପୁଲିସ ସୂଚନା ଦେଇଛି। ଯୌତୁକ ନିର୍ଯ୍ୟାତନା ମାମଲାରେ ଗତକାଲି ଧରଣୀଧର ମହାନନ୍ଦ ଜେଲ ଆସିଥିଲେ।

Comments are closed.