ଡଙ୍ଗରିଆ କନ୍ଧଙ୍କ ସହିତ ଆଲୋଚନା କଲେ ଜିଲା ଆରକ୍ଷୀ ଅଧିକ୍ଷକ ଓ ବ୍ଲକ ପ୍ରଶାସନ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସଦ୍ଭାବନା ଗୃହ ଠାରେ ଆଜି ଡଙ୍ଗରିଆକନ୍ଧ ଙ୍କ  ସହିତ ଆଲୋଚନା କଲେ  ଜିଲା ଆରକ୍ଷୀ ଅଧିକ୍ଷକ ଓ ବ୍ଲକ ପ୍ରଶାସନ ।ଏଥିରେ ବିଡ଼ିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ତହସିଲଦାର ରଞ୍ଜନ କୁମାର ମାନସେଠ , ଜିଲା ଆରକ୍ଷୀ ଅଧିକ୍ଷକ  ହରିସ ବିଶି,ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ  ଚୈତନ୍ୟ ମାଝୀ , ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ ,ସମନ୍ୱିତ ଶିଶୁ ବିକାଶ ଯୋଜନା ର ଅଧିକରିଣୀ ମମତା ଦାସ ,ଏସ ଡି ପିଓ  ରଶ୍ମିରଞ୍ଜନ ସେନାପତି, ଏସ ଆଇ ଶିଵ ପ୍ରସାଦ ସାହୁ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ନିୟମଗିରି ପାହାଡର ସୁରକ୍ଷା ସମିତିର ସଭାପତି ଲଦ ଶିକକା , ସରପଞ୍ଚ ବାମ କାଡ୍ରାକା ,ସମିତି ସଭ୍ୟ ବିକାଶ ବାଗ ସମେତ କିଛି ଡଙ୍ଗରିଆ କନ୍ଧ ଉପସ୍ଥିତ ରହିଥିଲେ ।
ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବିଶି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା ଙ୍କ ସହିତ ବହୁ ସମୟ ଧରି ଡଙ୍ଗରିଆ କନ୍ଧ ଙ୍କ ବିକାଶ ବିଷୟରେ ଆଲୋଚନା କରିଥିଲେ ।  ନିୟମଗିରି ବାସୀ ଭୋଟ୍ ଦେବା କଥା ତାଙ୍କ ଉପରେ ରହିଛି ।କିନ୍ତୁ ମୁଁ ମନା କଲେ କି କିଛି ଫରକ ପଡିବ ନାହିଁ ବୋଲି ଲଦ କହିଛନ୍ତି ।  ନିୟମଗିରି ଡଙ୍ଗରିଆ କନ୍ଧଙ୍କ ନାମରେ ପୁରୁଣା ଓ ନୂତନ ଭାବରେ ଥିବା ମକଦ୍ଦମା ଗୁଡିକୁ ଉଠାଇ ଦିଆଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି ।ବ୍ଲକ ପ୍ରଶାସନ ପକ୍ଷରୁ ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଙ୍କ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବ୍ଲକ ପ୍ରଶାସନ ଓ ଡଙ୍ଗରିଆ କନ୍ଧ ଉପସ୍ଥିତ ରହିଥିଲେ ।

Comments are closed.