www.samajalive.in
Monday, December 15, 2025
26.1 C
Bhubaneswar

ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପତ୍ନୀବିୟୋଗ

ସମ୍ବଲପୁର,: ‘ସମାଜ’ର ଅବସରପ୍ରାପ୍ତ ସହସମ୍ପାଦକ ତଥା ବିପ୍ଲବୀ କବି ଓ ସାହିତ୍ୟିକ କୁମାର ହସନଙ୍କ ପତ୍ନୀ ବିଲକିସ ଜାହାଁବେଗମଙ୍କ ରବିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟରେ ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଛାତି ରୋଗରେ ପୀଡ଼ିତା ବିଲକିସ ୨ ମାସ ୧୩ ଦିନ ହେଲା ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ୩ ପୁଅ ସାଦିକ ହସନ, ସମୀର ହସନ ଓ ଫିରୋଜ ହସନ ଏବଂ ୩ ଝିଅ ସୀମା ସବନମ, ସବାନା ବେଗମ ଓ ନିଲୋଫର ବେଗମ, ଦୁଇ ଜ୍ବାଇଁ ମୁଜିମୁଦ୍ଦିନ ଖାନ ଓ ଅନୱର ଖାନ ଏବଂ ୨ ନାତି ଅଛନ୍ତି। ବିଲକିସଙ୍କ ମୃତଦେହକୁ ଆଜି ରାତିରେ ସ୍ଥାନୀୟ ମୋତିଝରଣସ୍ଥିତ ବାସଭବନରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁଅ ଫିରୋଜ ସୂଚନା ଦେଇଛନ୍ତି। ଦୈନିକ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଓ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ବିଲକିସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories