ଜିଲାପାଳଙ୍କ ମାନେଶ୍ୱର ବ୍ଲକ ଅଞ୍ଚଳ ପରିଦର୍ଶନ

ସମ୍ବଲପୁର: ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବୁଧବାର ମାନେଶ୍ୱର ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସାହାସପୁର ୫ଟି ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼଼ା ପଚାରି ବୁଝିବା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ସ୍କୁଲର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସାହାସପୁର ଠାରେ ଚାଲୁଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟକୁ ବୁୁଲି ଦେଖିବା ସହିତ ଶିଘ୍ର ଏହାକୁ ସମ୍ପନ୍ନ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଅର୍ଡା ଓ ହୁମା ସ୍ଥିତ ମନ୍ଦିର ଗୁଡିକୁ କିଭଳି ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଉନ୍ନତି କରିବା ସହିତ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ ନିମନ୍ତେ ଅଧିକାରୀ ମାନଙ୍କ ସହିତ ଜିଲାପାଳ ଆଲୋଚନା କରିଥିଲେ। ବରଗାଁ ପଞ୍ଚାୟତର ଶକ୍ତି ଏସଏଚଜି ଗ୍ରୁପ ତିଆରି କରୁଥିବା ସାନିଟାରୀ ନାପକିନ ୟୁନିଟ ବୁଲି ଦେଖିବା ସହିତ ଏହାର ମାର୍କେଟିଂ ଉପରେ ଆଲୋଚନା କରିଥିଲେ। ହୁମା ନିକଟସ୍ଥ ଜରା ନିବାସ ଗସ୍ତ କରି ଅନ୍ତେବାସୀଙ୍କ ସହିତ ଆଲୋଚନା ସହିତ ୨ଟି ହୁଇଲ ଚେୟାର ପ୍ରଦାନ କରିଥିଲେ। ଚାରପାଲି ସ୍ଥିତ ସମ୍ବଲପୁରୀ ହେଣ୍ଡଲୁମ ଉତ୍ପାଦନ କେନ୍ଦ୍ର, ଖିଣ୍ଡାର ବାଉଁଶ ରୁ ନିର୍ମିତ ହେଉଥିବା ବିଭିନ୍ନ ସାମଗ୍ରୀ ଆଦି ବୁଲି ଦେଖିବା ସହିତ କଞ୍ଚାମାଲ ସଠିକ ଭାବରେ ପହୁଞ୍ôଚବା ଏବଂ ସେଗୁଡିକର ମାର୍କେଟିଂ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ରାସ୍ତା କାର୍ଯ୍ୟ ଗୁଡିକୁ ଶିଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବ୍ଲକର ବିଡିଓ ସ୍ମରଣୀକା ତୁଳ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.