ସୁନାପାଲିରେ ହତ୍ୟାକାଣ୍ଡ, ପୁଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ବନ୍ଧରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୁନାପାଲି ବନ୍ଧର ହୁଡ଼ାରେ ଏକ ବ୍ୟକ୍ତିଙ୍କ ମୃତଦେହ ସକାଳୁ ଅଞ୍ଚଳବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଅଭିଯୋଗ ହେବାପରେ ଘଟଣା ସ୍ଥଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ଗତକାଲି ରାତିରେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ତାକୁ ଏହି ବନ୍ଧରେ ପକାଇ ଦେଇ ଯାଇଥିବା ଅଭିଯୋଗ ହୋଇଛ । ହତ୍ୟାକାଣ୍ଡ ଘଟିଥିବା ସ୍ଥଲ ନିକଟରେ ରାସ୍ତା ଉପରେ ରକ୍ତର ଛିଟା ପଡିଥିବା ମଧ୍ୟ ଦେଖିବାକୁ ମିଲିଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୄତକ ବ୍ୟକ୍ତି ଜଣେ ରାଜମିସ୍ତ୍ରୀ ଓ ନିକଟରେ ଥିବା ଖେତିପଡାର ଅବଦୁଲ ଅକ୍ତର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁର୍ବ ଶତୄତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଆଶଙ୍କା କରୁଛନ୍ତି । ଘଟଣା ସ୍ଥଲରେ ସଦର ପୁଲିସ ଏସଡିପିଓ ତପନ ମହାନ୍ତି ଓ ଧନୁପାଲି ଥାନାଧିକାରୀ ପ୍ରଶାନ୍ତ ସାମଲ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିବା ବେଳେ ଧନୁପାଲି ପୁଲିସ ଏନେଇ ଅଧିକ ତଦନ୍ତ ଯାରି ରଖିଛି।

Comments are closed.