ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ୪୮୮ ବର୍ଗ ସଂଘ ନେତୃତ୍ୱବୃନ୍ଦଙ୍କ ଆଲୋଚନା

ସମ୍ବଲପୁର: ସମ୍ବଲପୁର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ସହ ୪୮୮ ବର୍ଗ ସଂଘ ନେତୃତ୍ବୃନ୍ଦ ଆଲୋଚନା କରିଛନ୍ତି। ରବିବାର ମନ୍ତ୍ରୀଙ୍କ ବାସଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିନିଧି ମଣ୍ଡଳ ସାକ୍ଷାତକାର କରିଛନ୍ତି। ମଣ୍ଡଳ କାର୍ଯ୍ୟକାରୀ ସଭାପତି ମାନସ ପୁରୋହିତ ଙ୍କ ନେତୃତ୍ୱରେ ସାକ୍ଷାତକାର ସମୟରେ ଚାକିରୀ ସର୍ତ୍ତାବଳୀ, ପେନସନ, କମନ କ୍ୟାଡର ଏବଂ ଅନ୍ୟାନ୍ୟ ଦାବି ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରେ ଏହି ବର୍ଗରେ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କର ବିଭିନ୍ନ ସମସ୍ୟା ସର୍ମ୍ପକରେ ଅବଗତ ହୋଇ ଦାବୀ ପୂରଣ ପାଇଁ ନିର୍ଭର ପ୍ରତିଶୃତି ଦେଇଥଲେ। ମନ୍ତ୍ରୀ ଙ୍କ ସହିତ ଆଲୋଚନା ସମୟରେ ସଂଘର ଉପ ସଭାପତି ଡ. ସୁବିଜ୍ଞ ଗଡ଼ତ୍ୟା, ସଞ୍ଜୀତ ଭୂୟାଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନାରାୟଣ ଶତପଥୀ ଏବଂ ଆଲୋକ ନାୟକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ଦାବିପତ୍ର ସଂଘ ତରଫରୁ ମନ୍ତ୍ରୀ ଇଂ ପୂଜାରୀଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.