ରେଳବାଇ ପକ୍ଷରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ସମ୍ବଲପୁର: ଭାରତ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ସମ୍ମୁଖକୁ ଆଣିବା ପାଇଁ ସମଗ୍ର ଦେଶରେ ୧୪ ଅଗଷ୍ଟରେ ଦେଶ ବିଭାଜନ ସମୟର ବିଭୀଷିକା ସ୍ମରଣ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ବିଭାଜନ ସମୟରେ ଗତ ଶତାବ୍ଦୀର ସର୍ବ ବୃହତ ମାନବ ବିସ୍ଥାପନ ସହିତ ଦେଶର ସ୍ୱାଧିନତା ସମୟରେ ଅସଂଖ୍ୟ ଜନତାଙ୍କ ଜୀବନ ହାନି ଘଟିଥିଲା। ଏହି ବିଭାଜନ ସମୟର ବିଭୀଷିକାକୁ ସ୍ମରଣ କରିବା ପାଇଁ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ନୂଆପଡ଼ା ରୋଡ, ଭବାନୀପଟଣା, ଟିଟିଲାଗଡ଼ ଓ ମହାସମୁନ୍ଦ ରେଳ ଷ୍ଟେସନ ଗୁଡିକରେ ରବିବାର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ସେଲଫି ପଏଣ୍ଟ ମଧ୍ୟ କରାଯାଇଥିଲା। ସମ୍ବଲପୁର ରେଳ ଷ୍ଟେସନ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ର. ମୀନକେତନ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ ଙ୍କ ସମେତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.