ଜିଲା ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ସମ୍ବଲପୁର: ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପ୍ରଭାତ ଫେରି କରି ‘ହର ଘର ତ୍ରିରଙ୍ଗା’ ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ଜିଲା ଶିକ୍ଷା କାର୍ଯ୍ୟାଳୟର ଶାରିରୀକ ନିରୀକ୍ଷକ ଜଗବନ୍ଧୁ ବେହେରା ଯୋଗ ଦେଇ ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରା ଙ୍କ ପ୍ରତିମୂର୍ତ୍ତିରେ ଓ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌରେନ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଦାଶ, କ୍ରିଡା ଶିକ୍ଷକ ଜୟନ୍ତ କୁମାର ପିଙ୍ଗ, ଦିଲ୍ଲୀପ କୁମାର ପ୍ରଧାନ, ଅମ୍ରିତା ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.