ଆସନ୍ତା ୧୩ ତାରିଖରେ ସମ୍ବଲପୁର ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏଣୁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ମହୋତ୍ସବ ପରିପ୍ରେକ୍ଷୀରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆଗାମୀ ୧୩ ତାରିଖରେ ଆସିବେ । ସମ୍ବଲପୁର ଗସ୍ତ ସମୟରେ ସ୍ଥାନୀୟ ମାଁ ସମଲେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତ୍ରିରଙ୍ଗା ପତାକା ବଣ୍ଟନ କରିବେ ବୋଲି ସୂଚନା ମିଳିଛି ।

Comments are closed.