ଧନୁପାଲିରେ ମାତୃ ସମ୍ମିଳନୀ ଅନୁଷ୍ଠିତ     

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଠାରେ ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଦେବଙ୍କ ଲୀଳାସଙ୍ଗୀନ ଶ୍ରୀ ଶ୍ରୀ ବଡମାଁଙ୍କ ୧୨୯ତମ ଶୁଭ ଜନ୍ମମାସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଠାକୁର ଅନୁକୂଳ ଚନ୍ଦ୍ର ଦେବଙ୍କ ଭକ୍ତ ଓ ଅନୁଗତ ମାନେ ଉପସ୍ଥିତ ରହିଥିଲେ । ଏହି ମାସରେ ଭକ୍ତ ଓ ଅନୁଗତ ମାନଙ୍କ ତରଫରୁ ବିଭିନ୍ନ ସ୍ଥାନରେ ମାତୃ ସମ୍ମିଳନୀ କରାଯାଇ ଠାକୁର ଅନୁକୂଳ ଚନ୍ଦ୍ର ଦେବଙ୍କ ପୂଜାର୍ଚ୍ଚନା, ଭଜନ, କୀର୍ତ୍ତନ ଆଦି ସମେତ ଶ୍ରୀ ଶ୍ରୀ ବଡମାଁଙ୍କ ସତସଙ୍ଗ, ଦିବ୍ୟଚରିତ୍ର ଆଲୋଚନା ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହି କ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଲତିକା ଶର୍ମା, କୁନି ବେହେରା, ସୌଦାମିନୀ ସାହୁଙ୍କ ସମେତ ଅନେକ ଭକ୍ତ ଓ ଅନୁଗତ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ ।

Comments are closed.