ହରିୟାଲି ଶ୍ରାବଣ ମେଳା ଆୟୋଜିତ

ସମ୍ବଲପୁର: ସମ୍ବଲପୁରର ମାରୱାଡି ପଡ଼ା (ରିଂ ରୋଡ) ସ୍ଥିତ ଶ୍ରୀ ପର୍ଶୁରାମ ଭବନ ଠାରେ ଶ୍ରୀ ମାରୱାଡି ବ୍ରାହ୍ମଣ ମହିଳା ସମିତି ଦ୍ୱାରା ‘ହରିୟାଲି ଶ୍ରାବଣ ମେଳା’ ର ଆୟୋଜନ କରାଯାଇଥିଲା। ଶନିବାର ଆୟୋଜିତ ଏହି ଧାର୍ମିକ ମହୋତ୍ସବରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳକୁଦ ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ଏଥି ସହ ବିଭିନ୍ନ ଶିକ୍ଷା କ୍ଷେତ୍ରରେ ଭଲ ର‍୍ୟାଙ୍କ ଓ ନମ୍ବର ରଖି ପାସ କରିଥିବା ମାରୱାଡି ସମାଜର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ସମିତିର ସଦସ୍ୟମାନଙ୍କ ମଧ୍ୟରେ ଗୃହ ଲକ୍ଷ୍ମୀ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଦିନବ୍ୟାପି ଆୟୋଜିତ ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ଆଳତୀ ପରେ ମହୋତ୍ସବ ଉଦଯାପିତ ହୋଇଥିଲା। ମାରୱାଡି ବ୍ରାହ୍ମଣ ମହିଳା ସମିତି ସମ୍ବଲପୁର ଶାଖାର ସଭାପତି ପିଙ୍କି ଶର୍ମା, ଉପ ସଭାପତି ଆରତୀ ଶର୍ମା, ସମ୍ପାଦିକା ଚନ୍ଦ୍ରମୁଖୀ ଲାଟା, ସହ ସମ୍ପାଦିକା ସୁଶୀଲା ଶର୍ମା ଏବଂ କୋଷାଧ୍ୟକ୍ଷା ସୀମା ଶର୍ମା ଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାର୍ମିକ ମହୋତ୍ସବରେ ସମସ୍ତ ସଦସ୍ୟା ସକ୍ରିୟ ସହାୟତା କରିଥିଲେ।

Comments are closed.