ଫିଟନେସ କେନ୍ଦ୍ର ଉଦଘାଟନ କଲେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ

ସମ୍ବଲପୁର: ସମ୍ବଲପୁରର ଗେଇଟି ରୋଡ ଠାରେ ନୂତନ ଭାବରେ ଖୋଲା ଯାଇଥିବା ଜୟ ମାତାଦୀ ଫିଟନେସ କେନ୍ଦ୍ରକୁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଛନ୍ତି। ରବିବାର ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର ଫିତା କାଟି କେନ୍ଦ୍ରକୁ ଉଦଘାଟନ କରିବା ସହିତ ସେଠାରେ ବ୍ୟବସ୍ଥା କରାଯାଇଥିବା ବିଭିନ୍ନ ସାରଞ୍ଜାମ ବୁଲି ଦେଖିବା ସହିତ ନିଜେ ମଧ୍ୟ କିଛି ସମୟ କସରତ କରିଥିଲେ। ଆଜିର ଦିନରେ ସୁସ୍ଥ ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ସବୁଠାରୁ ମୂଲ୍ୟବାନ ସମ୍ପଦ ବୋଲି ମୁଖ୍ୟ ଅତିଥି ଗଙ୍ଗାଧର ସମସ୍ତଙ୍କୁ ଫିଟ ରହିବା ପାଇଁ ଉତ୍ସାହିତ କରିଥିଲେ। ଏହି କେନ୍ଦ୍ରରେ ଶରୀରକୁ ସୁସ୍ଥ ଓ ସବଳ ରଖିବା ପାଇଁ ଅତ୍ୟାଧୁନିକ ବ୍ୟାୟାମ ଉପକରଣ ଗୁଡିକର ବ୍ୟବସ୍ଥା କରାଯାଇଛି। ଉଦଘାଟନୀ ସମାରୋହରେ ସମ୍ବଲପୁର ଡିଷ୍ଟ୍ରିକ ବଡିବିଲଡିଂ ଆଣ୍ଡ ଫିଟନେସ ଏସୋସିଏସନର ସଭାପତି ସତିଶ ବିଶି ଙ୍କ ସମେତ ନିଶାନ୍ତ ବହିଦାର ସମେତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ନେଉଥିବା ଅନେକ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Comments are closed.