ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ଦ୍ୱାରା ୧୦୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର ସମ୍ବଲପୁରର ଜିଲା ମୁଖ୍ୟ ଚିକତ୍ସାଳୟ ଠାରେ ଥିବା ରକ୍ତ ଭଣ୍ଡାର ଠାରେ ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଶିବିରକୁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ। କ୍ଲବର ସଭାପତି ପ୍ରମୋଦ କୁମାର ଅଗ୍ରୱାଲ, ସାମ୍ପାଦକ ଆନନ୍ଦ କୁମାର ମିଶ୍ର, ଆସିଷ୍ଟାନ୍ଟ ଗର୍ଭନର ମହମ୍ମଦ ପରୱେଜ ଅଲ୍ଲୀ ଖାନ, କାର୍ଯ୍ୟକ୍ରମ ଚେୟାରମେନ ଜିଜି ଯୋଶେଫ ଓ ଅମିତାଭ ପରିଡ଼ା ଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ଜିଲା ରକ୍ତ ଭଣ୍ଡାରର ଡା. କଳ୍ପେଶ କକ୍କଡ ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। କ୍ଲବର ସଦସ୍ୟ ଭଗତ ସିଂହ, ବିଲାଲ ମଲ୍ଲିକ, ଲିପିକା ଦାସ ବେରିହା, ସୁବୋଧ ଦୋରା, ସତ୍ୟନାରାୟଣ ବେରିହା, ନିଲମ ଆନନ୍ଦ, ଉର୍ମିଲା ବେହେରା, ଘନଶ୍ୟାମ ମେହେର, ପ୍ରଶାନ୍ତ ରଥ, ରବି ମିଶ୍ର, ବିକ୍ରମାଦିତ୍ୟ ସିଂହଦେଓ, ସନ୍ତୋଷ ସିଲା, ଅନନ୍ୟ ଜେନା, ମନୋରଞ୍ଜନ ସାହୁ, ସିଦ୍ଧାର୍ଥ ଦାସ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ।

Comments are closed.