ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନୂତନ ଜିଲାପାଳଙ୍କୁ ଅନୁରୋଧ

ସମ୍ବଲପୁର: ସମ୍ବଲପୁର ଜିଲା ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଙ୍କ ନେତୃତ୍ୱରେ ନୂତନ ଜିଲାପାଳ ଅନନ୍ୟା ଦାସ ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକାର ସହିତ ସମ୍ବଲପୁର ସହରର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇ ସମାଧାନ ପାଇଁ ଅନୁରୋଧ କରାଯାଇଛି। ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ସହିତ ସାକ୍ଷାତକାର ସମୟରେ ଧୋବିଯୋର ନାଳ ଉପରେ ପାର୍କିଂର ବ୍ୟବସ୍ଥା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ବାଧ୍ୟତାମୂଳକ ପାର୍କିଂର ବ୍ୟବସ୍ଥା, ଗୋଲବଜାରରେ ଟ୍ରାଫିକ ନିୟନ୍ତ୍ରଣ, ନୂତନ ଉଡନ୍ତା ପୋଲକୁ ଶିଘ୍ର କାର୍ଯ୍ୟକ୍ଷମ କରିବା, ପରିମଳ, ବର୍ଷା ଜଳର ବ୍ୟବସ୍ଥିତ ନିଷ୍କାସନ ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଜିଲାପାଳ ଯୁବ ବିଜେଡି ପ୍ରତିନିଧି ଦଳ ସହିତ ଆଲୋଚନା ପରେ ସମସ୍ୟା ଗୁଡିକର ସମାଧାନ ଉପରେ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଅବସରରେ ସସ୍ମିତା ଦୀପ, ବୃନ୍ଦା କଣ୍ଟା, ଫରହତ ଜାହାଁ, ବିଜୟଲକ୍ଷ୍ମୀ ଯାଦବ, ପୁଷ୍ପା ପଣ୍ଡା, ଉତ୍ତମ କାଞ୍ଜିଆ, କେ. ରବି କୁମାର, ଉତ୍ତମ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.