ରୂପାନ୍ତରିତ ବିଦ୍ୟାଳୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ      

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦକ୍ଷତା ବିକାଶ ତାଲିମର ଚତୁର୍ଥ ପର୍ଯ୍ୟାୟ ଧନୁପାଲି ସ୍ଥିତ ଶ୍ରୀ ଗଣେଶ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଆୟୋଜିତ ଏହି ୫ ଦିବସୀୟ ତାଲିମ ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜୟଶ୍ରୀ ଦୋରା ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ବିଜ୍ଞାନ ନିରୀକ୍ଷକ ପାର୍ଥସାରଥୀ ପ୍ରଧାନ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବାମରାର ଗୋଷ୍ଠୀ ଶିକ୍ଷାଧିକାରୀ ବିନୟ ପ୍ରକାଶ ସୟ ଏବଂ ଶ୍ରୀ ଗଣେଶ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ପାଣି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରରେ ଜୟଶ୍ରୀ ଦୋରା, ବିମଳ ସୟ, ସୁମିତା ପତ୍ରୀ, ଅନୁପମା ପଣ୍ଡା ପ୍ରମୁଖ ନେତୃତ୍ୱ ବିକାଶ, ୨୧ତମ ଶତାବ୍ଦୀରେ ଶିକ୍ଷାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦେବବ୍ରତ ମହାପାତ୍ର ଏବଂ ବିକାଶ ଜେନା ବୈଷୟିକ ଜ୍ଞାନ କୌଶଳର ପ୍ରଶିକ୍ଷଣ ଦେଇଥିଲେ । ଶୁକ୍ରବାର ଆୟୋଜିତ ଉଦଘାପନୀ ଉତ୍ସବରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ପ୍ରଦାନ କରାଇଥିଲା । ଅନୁପମା ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁମିତା ପତ୍ରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.