ସମ୍ବଲପୁରରେ ସପ୍ତାହନ୍ତ ସଟ୍‌ଡାଉନ୍‌ରେ ପରିବର୍ତ୍ତନ, ୩ ଦିନ ସଟ୍‌ଡାଉନ୍‌ ବାତିଲ

ଭୁବନେଶ୍ବର: ସ୍ବାଧୀନତା ଦିବସ ଓ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ସାପ୍ତାହନ୍ତ ସଟ୍‌ଡାଉନ୍‌ରେ ପରିବର୍ତ୍ତନ କରାଯାଇଛି। ସ୍ବାଧୀନତା ଦିବସ ଶନିବାର ପଡୁଥିବାରୁ ଏହି ଦିନ ସଟ୍‌ଡାଉନ୍‌ ହେବ ନାହିଁ। ତେବେ ଏହାର ପରଦିନ ଅର୍ଥାତ୍‌ ଅଗଷ୍ଟ ୧୬ ଓ ୧୭ରେ ସମ୍ବଲପୁର ସଟ୍‌ଡାଉନ୍‌ ରହିବ ବୋଲି ଜିଲାପାଳ ଶୁଭମ୍‌ ସକ୍ସେନା ସୂଚନା ଦେଇଛନ୍ତି।
ସମ୍ବଲପୁରରେ ୩ ଦିନ ସଟ୍‌ଡାଉନ୍‌ ବାତିଲ ହୋଇଛି। ସ୍ବାଧୀନତା ଦିବସ ଓ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ସଟ୍‌ଡାଉନ୍‌ ହେବ ନାହିଁ। ଉଭୟ ପର୍ବ ପାଇଁ ୩ ଦିନ ସଟ୍‌ଡାଉନ୍‌ କଟକଣା ରହିବ ନାହିଁ। ସ୍ବାଧୀନତା ଦିବସ ଶନିବାର ପଡୁଥିବାରୁ ସଟ୍‌ଡାଉନ୍‌ ହେବ ନାହିଁ। ନୂଆଖାଇ ପର୍ବ ପାଇଁ ଅଗଷ୍ଟ ୨୨ ଓ ୨୩ରେ ମଧ୍ୟ ସଟ୍‌ଡାଉନ୍‌ କରାଯିବ ନାହିଁ। ତେବେ ଅଗଷ୍ଟ ୧୬ ଓ ୧୭କୁ ସଟ୍‌ଡାଉନ୍‌ କରାଯିବ। ସଟ୍‌ଡାଉନ୍‌ ପରିବର୍ତ୍ତନ ନେଇ ଜିଲାପାଳ ଶୁଭମ୍‌ ସକ୍ସେନା ନିର୍ଦେଶ ଦେଇଛନ୍ତି।

Comments
Loading...