ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ, ୨୦୬ ଜଣଙ୍କ ଡିଏଲ ଅକାମି

ସମ୍ବଲପୁର: ରାଜ୍ୟ ପରିବହନ ବିଭାଗ କମିଶନର ସଞ୍ଜୀବ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ମୋଟର ଯାନ ଚେକିଂ ଅଭିଯାନ କରାଯାଇଥିଲା। ଏହି କ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ହେଲମେଟ ଓ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ଚେକିଂ କରାଯାଇଥିଲା। ସପ୍ତାହବ୍ୟାପି ଆୟୋଜିତ ଏହି ଅଭିଯାନ ସମୟରେ ହେଲମେଟ ପରିଧାନ ଓ ଦ୍ରୁତଗତିରେ ଗାଡି ଚାଳନା ଉପରେ ଜୋର ଦେବା ସହିତ ନିୟମ ଖିଲାପକାରୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସପ୍ତାହବ୍ୟାପି ଅଭିଯାନ ସମୟରେ ୫୪୩ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିବା ବେଳେ ୨୦୬ ଜଣ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯାଇଛି। ହେଲମେଟ ପରିଧାନ ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ସମୟରେ ଦୁଇ ଚକିଆ ଯାନ ଚାଳକ ଓ ଆରୋହୀଙ୍କ ଅମୂଲ୍ୟ ଜୀବନ ବର୍ତ୍ତି ଯାଉଥିବାରୁ ପରିବହନ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇ ଜନତାଙ୍କ ସଚେତନ ମଧ୍ୟ କରାଯାଇଥିଲା। ଏଥି ସହ ଆଗାମୀ ଦିନରେ ଏଭଳି ଆହୁରୀ ଅଭିଯାନ ଆରମ୍ଭ କରାଯାଇ ଜନତାଙ୍କୁ ସଚେତନ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନଷ୍ଠାନ ମଧ୍ୟ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.