ଏନଏସସିବିରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ ତରଫରୁ ଏକ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦୁର୍ଲଭ କୁମାର ସାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ (ଏଲଆର, ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ) ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କର ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀରେ ଅବସ୍ଥାପତି ହୋଇଛନ୍ତି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେମାନଙ୍କୁ ଭବିଷ୍ୟତ ଉଜ୍ୱଳ କରିବା ନିମନ୍ତେ ଉତ୍ସାହିତ କରିଥିଲେ।

‘ମୋ କଲେଜ ଅଭିଯାନ’ ଅର୍ନ୍ତଗତ ପୁରାତନ ଛାତ୍ର ରଶ୍ମୀରଞ୍ଜନ ମିଶ୍ର ଓ ଦୀପକ କୁଲୁ ଙ୍କୁ ସମ୍ମାନୀତ ଅତିଥି ରୂପେ ସମ୍ମାନୀତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ତଥା ଆଇନଜୀବୀ ଜୟଶଙ୍କର ମିଶ୍ର ଓ ସମାଜସେବୀ ହୀରାଲାଲ ବେହେରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କର ସେମାନଙ୍କର ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ମହାବିଦ୍ୟାଳୟକୁ କିଭଳି ରୂପେ ଆଗେଇ ନେବାକୁ ହେବ, ସେଥିପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ। ଆଗାମୀ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ସମାରୋହକୁ ସମସ୍ତେ ସକ୍ରିୟ ସହଯୋଗ କରିବା ନିମନ୍ତେ କାର୍ଯ୍ୟକ୍ରମରେ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ସଂଯୋଜକ ହରିହର ମଲ୍ଲିକ, ସହ ସଂଯୋଜକ ଡ. ବିଶ୍ୱମୋହନ ଜେନା, ଡ. ରଘୁମଣି ନାୟକ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଛାତ୍ର ସୌରଭ ଷଡଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ଏବଂ ଅଧ୍ୟାପକ ସନ୍ତୋଷ ରଞ୍ଜନ ବେହେରା ସମାପ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରଦ୍ଧାମୟୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.