ଜୀବିକା ନିର୍ବାହ ପାଇଁ ସ୍ୱଇଚ୍ଛା ପକ୍ଷରୁ ସହାୟତା

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଇଚ୍ଛା ପକ୍ଷରୁ ନିରନ୍ତର ମାନବୀୟ ସେବା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ କୁମ୍ଭାରପଡ଼ା ନିବାସୀ ଅସହାୟ ସୁବାଷ ପ୍ରଧାନଙ୍କୁ ଜୀବିକା ନିର୍ବାହ ସକାଶେ ସହାୟତା କରାଯାଇଛି। ମହିଳା ଥାନା ସମ୍ମୁଖରେ ଅସହାୟ ପ୍ରଧାନ ଙ୍କୁ ଜୀବିକା ନିର୍ବାହ ସକାଶେ ଏକ ପରିବା ଦୋକାନ କରାଇ ଦିଆଯାଇଛି। ଏହି ପରିବା ଦୋକାନକୁ ରାଜେନ୍ଦ୍ର ସତନାମୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ମାନବୀୟ ସେବାରେ ବ୍ୟୋମକେଶ ସାହୁ, ଦିଲୀପ ପଣ୍ଡା, ଅଜିତ ବେହେରା, ଅନୀତା ଦାସ, ଭି. ମିଶ୍ର, ଶତ୍ରୁଘ୍ନ ରାଉତ, ଆଦି ନନ୍ଦ, ଅନୁଜ ଜେନା, ମନୋଜ ଗୁପ୍ତା, ଅନୁପ ମେହେର, ସ୍ନିଗ୍ଧା ନନ୍ଦ, ସୁପ୍ରିତ ଠେଲା, ସନ୍ଦୀପ ପଣ୍ଡା, ଦୀପକ ପାଣିଗ୍ରାହୀ ପ୍ରମୁଖ ସହାୟତ କରିଛନ୍ତି।

Comments are closed.