ରାଜସ୍ତରୀୟ କରାଟେ ପ୍ରତିଯୋଗୀତାରେ ସମ୍ବଲପୁର ଦଳ ଚାମ୍ପିୟନ

ସମ୍ବଲପୁର: ଓଡ଼ିଶା ଆର୍ନ୍ତ ରାଜ୍ୟ ବିଦ୍ୟାଳୟ କରାଟେ ଚାମ୍ପିୟନସିପରେ ସମ୍ବଲପୁର ଦଳ ଚାମ୍ପିୟନ ହୋଇଛନ୍ତି। ଗତ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଝାରସୁଗୁଡାର ମଙ୍ଗଳବଜାର ସ୍ଥିତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିୟନସିପରେ ସାରା ରାଜ୍ୟର ବିଭିନ୍ନ ଜିଲାରୁ ୨ ଶହ ଜଣ ଖେଳାଳି ଭାଗ ନେଇଥିଲେ। କରାଟେ ଦୋ ସମ୍ବଲପୁରର ମୁଖ୍ୟ ପ୍ରଶିକ୍ଷକ ସୁର୍ଯ୍ୟକାନ୍ତ ବେରିହା ଙ୍କ ତତ୍ୱାବଧାନରେ ଭାଗ ନେଇଥିବା ଦଳର ଖେଳାଳି ମାନେ ବିଭିନ୍ନ ବିଭାଗରେ ଭାଗ ନେଇ ଦଳକୁ ବିଜୟୀ କରିଛନ୍ତି। ସମ୍ବଲପୁର ଦଳର ୧୬ ଜଣ ଖେଳାଳି ଯଥା ବର୍ଷା ସୁରନିଆ, ଆୟୁଷ ପ୍ରଧାନ, ସିଦ୍ଧି ପଣ୍ଡା, ସୁଭଦ୍ର ସିଂ, ସୌମ୍ୟ ରଞ୍ଜନ ମେହେର, ସତ୍ୟମ ବେହେରା, ସିବୁନ ପଟ୍ଟନାୟକ, ସତ୍ୟଜିତ ମଲ୍ଲିକ, ଆୟୁଷ୍ମାନ ପଟ୍ଟନାୟକ, ଆର୍ଯ୍ୟାନ ବାଗ, ସାହିଲ ବେହେରା, ଇସପ୍ରିତ ଶତପଥି, ଲକ୍ଷ୍ମୀପ୍ରିୟା ସାନବଡ, ମିନାକ୍ଷୀ ସେଠି, ଲକି ମାଝି ଓ ଦୀପକ ନାୟକ ଙ୍କୁ କରାଟେର ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

ଟିକୁ ଭୋଇ ଓ ଜ୍ଞାନେଶ୍ୱର ମହାକୁର ଦଳର ପରିଚାଳକ ରୂପେ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲାର ପୁଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମୁଖ୍ୟ ଅତିଥି ଓ ଆର୍ନ୍ତଜାତିକ ମାଷ୍ଟର କ୍ରିଡାବିତ ସୁନ୍ଦରମଣି ବାରିକ ସମ୍ମାନୀତ ଅତିଥି ରୁପେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

Comments are closed.