ସମ୍ବଲପୁର ବିଶ୍ୱାତ୍ମା ଚେତନା ପରିଷଦର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ଝାଡୁଆପଡ଼ା ସ୍ଥିତ ସମନ୍ୱୟ କୁଟୀର ଠାରେ ବିଶ୍ୱାତ୍ମା ଚେତନା ପରିଷଦ ସମ୍ବଲପୁର ଶାଖାର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସୋମବାର ଶାଖାର ସଭାପତି ପରମେଶ୍ୱରା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ପାଦକ ନନ୍ଦ କିଶୋର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଶ୍ରୀଲତା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଆଶ୍ରମ ପରିସରରେ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ବରଗଡ଼ର ପଣ୍ଡିତ ଦୀପକ ଦାଶ ଓ ସାଥି ଲଳିତ ତ୍ରିପାଠୀ ରୁଦ୍ରାଭିଷେକ କରିଥିବା ବେଳେ ନନ୍ଦ କିଶୋର ମିଶ୍ର ଓ ତାଙ୍କର ଧର୍ମପତ୍ନୀ ସ୍ୱାଗତିକା କର୍ତ୍ତା ଓ କର୍ତ୍ତୀ ଦାୟିତ୍ୱ ତୁଲାଇଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଏହି ଉତ୍ସବ ଡା. ଯତିନ୍ଦ୍ର ମୋହନ ପୂଜାରୀ, ଡା. ସୁରେନ୍ଦ୍ର ମୋହନ ପଣ୍ଡା, ଅତ୍ୟୁତାନନ୍ଦ ତ୍ରିପାଠୀ, ବିମଳ ପାଣ୍ଡିଆ, ଦେବଜାନୀ ମିଶ୍ର ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Comments are closed.