ବାଇକୁ ଧକ୍କା ଦେଲା ଟ୍ରକ ; ବାପ ଝିଅ ମୃତ

ସମ୍ବଲପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ। ଆଜି ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ବୈଜାମୁଣ୍ଡା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ବାଇକକୁ ଟ୍ରକ ଧକ୍କା ଧକ୍କା ଦେଇଛି। ଫଳରେ ବାଇକରେ ଯାଉଥିବା ବାପ ଝିଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.