ସାଂସ୍କୃତିକ ସମାଜର ପରିବେଶ ସୁରକ୍ଷା ଆବାହକ ପଦରୁ ଦେବେନ୍ଦ୍ରଙ୍କ ଇସ୍ତାଫା 

ସମ୍ବଲପୁର : ଓଡିଶା ସାଂସ୍କୃତିକ ସମାଜର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ଅନୁଷ୍ଠାନର ପରିବେଶ ସୁରକ୍ଷା କମିଟିର ଆବାହକ ରୂପେ ଦେବେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚିତ କରାଯାଇଥିଲା। ତେବେ ଶୁକ୍ରବାର ଆବାହକ ପଦରୁ ଦେବେନ୍ଦ୍ର ପ୍ରଧାନ ଇସ୍ତାଫା ଦେଇଛନ୍ତି। ପ୍ରଧାନ ଅନୁଷ୍ଠାନର ସଭାପତିଙ୍କୁ ପ୍ରଦାନ କରିଥିବା ଇସ୍ତାଫା ପତ୍ର ଅନୁଯାୟୀ, ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଗୁରୁଦାୟିତ୍ୱ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ତେବେ ତାଙ୍କର ତଥା ପାରିବାରିକ ଅସୁବିଧା ରହିଥିବାରୁ ସେ ଏହି ଦାୟିତ୍ୱ ନିର୍ବାହ କରିବାରେ ନିଜର ଅକ୍ଷମତା ଜଣାଇ ପଦରୁ ଇସ୍ତାଫା ଦେଉଛନ୍ତି ବୋଲି ଦର୍ଶାଇଛନ୍ତି। ପ୍ରଧାନ ତାଙ୍କର ଇସ୍ତାଫା ପତ୍ରକୁ ଶୁକ୍ରବାର ଅନୁଷ୍ଠାନର ସଭାପତି ଅଶୋକ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି।

Comments are closed.