ଡାକଘରରେ ବ୍ୟବସାୟ ଉନ୍ନତି କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁରର ମୁଖ୍ୟ ଡାକଘର ପରିସରରେ ଡାକ ବିଭାଗ ତରଫରୁ ଡାକ ବ୍ୟବସାୟ ଉନ୍ନତି ନିମନ୍ତେ ଏକ ସଭାର ଆୟୋଜନ କରାଯାଇଛି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଡାକ ମଣ୍ଡଳର ଡାକ ଅଧିକ୍ଷକ ବିପିନ ବିହାରୀ ନେଗୀ, ସହକାରୀ ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ଡାକପାଳ ଲମ୍ବୋଦର ମିଶ୍ର ଏବଂ ଆପିପିବିର ବରିଷ୍ଠ ପରିଚାଳିକା ବିନିତା କୁମାରୀ ମଞ୍ଚାସୀନ ରହି ଡାକ ବିଭାଗରେ ଉପଲବ୍ଧ ବିଭିନ୍ନ ସୁବିଧା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ବଲପୁର ଶାଖାର ମୁଖ୍ୟ ପରିଚାଳକ, ଜୀବନ ବୀମା ନିଗମ, ଆୟକର, ଆଇଡିବିଆ, ଆରଟିଓ ଆଦି ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ବ୍ୟବସାୟ ଉନ୍ନତି ସହିତ ସେବା ପ୍ରଦାନ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଡାକ ବିଭାଗର ସହକାରୀ ଅଧିକ୍ଷକ ତାପସ କୁମାର ପେରାଇ, ଗିରିଶ ଚନ୍ଦ୍ର ସାହୁ, ଅରୁଣ କୁମାର ଲାଟା ସମେତ ଅନ୍ୟ ଡାକ କର୍ମୀ ଓ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରାବଣୀ ପ୍ରଧାନ ପରିଚାଳନା କରିଥିଲେ।

Comments are closed.