ସମ୍ବଲପୁର ପୁଲିସର ୫ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର: ରାଜ୍ୟ ପୁଲିସ ବିଭାଗ ଅଧିନସ୍ଥ ସମ୍ବଲପୁର ଜିଲା ପୁଲିସ ବିଭାଗରେ କାର୍ଯ୍ୟରତ ୫ ଜଣ ଅଧିକାରୀ ଓ କର୍ମଚାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶନିବାର ଜିଲା ପୁଲିସ ଆରକ୍ଷୀ ଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନାରେ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଏହି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ଇନିସପେକ୍ଟର ଅମର ନାୟକ, ସବ ଇନିସପେକ୍ଟର ଡମ୍ବରୁଧର ସାହୁ, ହାବିଲଦାର ମେଜର ଲମ୍ବୋଦର ସାହୁ, କନେଷ୍ଟବଳ ପ୍ରଫୁଲ୍ଲ ସେଠୀ ଓ ଜୟରାମ ଜରାସନ୍ଧ ଙ୍କୁ ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ। ଆଗାମୀ ଜୀବନ ସୁସ୍ଥ ଓ ସୁଖମୟ ହେଉ ବୋଲି ସମସ୍ତେ କାମନା କରି ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଡିଏସପି ଯୋଗେଶ୍ୱର ଓରାମ, ସର୍ଜଣ୍ଟ ଅନୀଲ ମୁଖି, ହାବିଲଦାର କନେଷ୍ଟବଳ ସଂଘର ସଭାପତି ରାମଦାସ ପଣ୍ଡା ଓ ସମ୍ପାଦକ ତୁଷାନ୍ତ ସାହୁ, ବିଜୟ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଟକୋ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.