ଜଳ କର ଦେବା ପରେ ବି ମିଳୁନି ପାଣି       

ସମ୍ବଲପୁର: ଅଜବ ଗଜବ ନିତିରେ ସମ୍ବଲପୁରର ପ୍ରଶାସନିକ ବ୍ୟବସ୍ଥା ଚାଲୁଥିବାର ଦେଖିବାକୁ ମିଳିଛି । ଲୋକେ ପ୍ରବଳ ରୌଦ୍ରତାପରେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଥିବା ବେଳେ ଅନେକ ଅଞ୍ଚଳରେ ଲୋକେ ପ୍ରତି ମାସ ଜଳ କର ଦେବା ସତ୍ୱେ ପାଣି ଟିକିଏ ପାଇ ପାରୁ ନାହାନ୍ତି । ନିଗମ ଅଞ୍ଚଳର ୱାର୍ଡ ସଂଖ୍ୟା ୩୩ ସୁନାପାଲି ହରିଜନପଡା ନିବାସୀ ବିଦ୍ୟାଧର ସୁନା ନିୟମିତ ଜଳ କର ଦେଉଥିବା ବେଳେ କିନ୍ତୁ ତାଙ୍କୁ ପାଇପ ଯୋଗେ ପାଣି ମିଳୁ ନ ଥିବାର ଅଭିଯୋଗ ଜନସ୍ୱାସ୍ଥ୍ୟ ବିଭାଗରେ କରିଛନ୍ତି । ସୋମବାର ପୂର୍ବାହ୍ନରେ ଜନତାଙ୍କ ବିକ୍ଷୋଭ ସମୟରେ ସୁନା ଅଭିଯୋଗ କରିଛନ୍ତି ଯେ, ସେ ଜଳ କର ପଇଠ କରୁଥିବା ବେଳେ ପାଣି ଆସୁ ନଥିବାର ଅଭିଯୋଗ ବାରମ୍ବାର ସତ୍ୱେ କୌଣସି ସମାଧାନ କରାଯାଉ ନାହିଁ । ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟରୁ ମାତ୍ର କେଇ ଶହ ମିଟର ଦୂରରେ ଅବସ୍ଥିତ ଏହି ଅଞ୍ଚଳରେ ଜଳ ସଙ୍କଟ ଜାରି ରହିଥିବା ବେଳେ ବାକି ନିଗମ ଅଞ୍ଚଳର ଅବସ୍ଥା ଅନୁମେୟ ।

Comments are closed.