ପାଣିରେ ବୁଡି ନାବାଳକ ମୃତ

ସମ୍ବଲପୁର: ସମ୍ବଲପୁରର ହରଡଯୋର ନାଳରେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତସୂଚନାନୁଯାୟୀ, ରବିବାର ପ୍ରାୟ ଦିନ ୧୧ଟା ସମୟରେ ମହାବୀରପଡ଼ା ନିବାସୀ ରବୀନ୍ଦ୍ର କୁମାର ଜେନା ଙ୍କ ନାବାଳକ ପୁତ୍ର ଅଭିଜିତ ଜେନା (୧୫) ତାର ସାଙ୍ଗ ମାନଙ୍କ ସହିତ ହରଡଯୋର ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଅଘଟଣ ଘଟି ନାବାଳକ ଜଣକ ପାଣିରେ ବୁଡି ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଧନୁପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଯାଇ ଘଟଣାର ତଦନ୍ତ ପୁଲିସ କରୁଛି।

Comments are closed.