ବିଶାଳଖିଣ୍ଡାରେ ରାମଲୀଳା ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବିଶାଲଖିଣ୍ଡା ଠାରେ ବିରାଟ ରାମଲୀଳା ମହୋତ୍ସବ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ରବିବାର କଳସ ଯାତ୍ରା, ସୋମବାର ମଞ୍ଚ ପୂଜନ ସହିତ ମଙ୍ଗଳବାର ରାମଲୀଳାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ଧନକଉଡା ବ୍ଲକ ଚେୟାରମେନ ପୁଷ୍ପାଞ୍ଜଳି ବେହେରା ମୁଖ୍ୟ ଅତିଥି ଏବଂ ସରପଞ୍ଚ ସରିତା ନାଥ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଦୁର୍ଗା ପ୍ରସାଦ ପୂଝାରୀ ସଭାପତିତ୍ୱ କରିଥିବା ବେଳେ ନରେନ୍ଦ୍ର କୁମାର ଭୋଇ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ। ପ୍ରଥମ ଦିବସରେ ରାବଣର ତପସ୍ୟା, ଲଙ୍କା ଅଧିକାର, କୈକେୟୀଙ୍କ ବରପ୍ରାପ୍ତି, ରାମ ବନବାସ, ଶ୍ରବଣ କୁମାର ଚରିତ, ଦଶରଥ ରାଜାଙ୍କ ସ୍ୱର୍ଗପ୍ରାପ୍ତି, ଭରତ ଙ୍କ ପାଦୁକା ଗ୍ରହଣ ଓ ଲଙ୍କା ଦରବାର ମଞ୍ଚସ୍ଥ ହୋଇଥିଲା।

ସେହିଭଳି ଦ୍ୱିତୀୟ ଦିବସରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଦ୍ୱିତୀୟ ଦିବସରେ ଲଙ୍କାଧିପତି ରାବଣ ଙ୍କ ରାଜଦରବାର, ସୀତା ଚୋରୀ, ଶବରୀ ଙ୍କ ଅଇଁଠା, ରାମ ହନୁମାନ ମିଳନ, ସୁଗ୍ରୀବଙ୍କ ମିତ୍ରତା, ବାଳି ବଦ୍ଧ, ଲଙ୍କା ଦରବାର ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ ମହୋତ୍ସବକୁ ଆୟୋଜନରେ ମୁକୁନ୍ଦ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, ଜୟନାରାୟଣ ସାହୁ, ରଜେଶ ପଧାନ, ପ୍ରକାଶ ପ୍ରଧାନ, ସୁଧିର ବାରିକ, ସତ୍ୟନାରାୟଣ ପ୍ରଧାନ, ଉମାକାନ୍ତ ସାହୁ, ପ୍ରତାପ ସାହୁ, ଗୁଳାମଣି ପୃଷେଠ, ଲଳିତ ଭୋଇ, ସନତ ମିଶ୍ର, ହେମକାନ୍ତ ସାହୁ, ଦେବାଶିଷ ସାହୁ, ଜ୍ୟୋତି ବରେଇ ପ୍ରମୁଖ ସକ୍ରିୟ ସହାୟତା କରୁଛନ୍ତି। ଏହି ମହୋତ୍ସବ ରବିବାର ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ଶନିବାର ଉଦଯାପିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।

Comments are closed.