ସତ୍ୟ ସାଇ ନିର୍ମଳ ଜଳ ପାନୀୟ ପ୍ରକଳ୍ପ ଉଦଘାଟିତ

ସମ୍ବଲପୁର; ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକ ଠାରେ ଶ୍ରୀ ଶ୍ରୀ ସତ୍ୟ ସାଇ ନିର୍ମଳ ଝର ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି। ସହରରେ ୩ୟ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଆଜି ରାଜ୍ୟ ଉପ ସଭାପତି ଡ. ରସରାଜ ଠାକୁର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଷ୍ଟମୀ ତିଥିର ଶୁଭ ଅବସରରେ ଲୋର୍କାପିତ କରିଛନ୍ତି। ଶ୍ରୀ ସତ୍ୟସାଇ ସେବା ସମିତ ସମ୍ବଲପୁର ପକ୍ଷରୁ ଗ୍ରୀଷ୍ମ ତାପ ମଧ୍ୟରେ ପଥଚାରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ ନିମନ୍ତେ ଏହି ଜନଗହଳି ପୂର୍ଣ୍ଣ ସ୍ଥାନରେ ଜନତାଙ୍କ ପାଇଁ ଏହା ଉର୍ତ୍ସଗିକୃତ କରାଯାଇଛି। ଏହି ଅବସରରେ ଜିଲା ସଭାପତି, ସମିତି ଆବାହକ, ସମସ୍ତ କର୍ମକର୍ତ୍ତା, ବରିଷ୍ଠ ଉପଦେଷ୍ଟା ମାନଙ୍କ ସମେତ ଅନେକ ବ୍ୟକ୍ତି ସାମିଲ ହୋଇଥିଲେ।

Comments are closed.