କରୋନା ସତର୍କତା ; ମା’ ସମଲେଇ ଓ ମଙ୍ଗଳା ମନ୍ଦିରରେ କଟକଣା ଜାରି

ସମ୍ବଲପୁର : କରୋନା ପାଇଁ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କାକଟପୁର ମା’ମଙ୍ଗଳା ଓ ସମ୍ବଲପୁରର ମା’ ସମଲେଇ ମନ୍ଦିରରେ ସୋମବାର କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ପ୍ରଶାସନର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ମଧ୍ୟ କଟକଣା ଜାରି ହୋଇଛି। ମନ୍ଦିର ଗମ୍ଭୀରା ଭିତରକୁ ଯିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରଣ କରାଯାଇଛି। ଏହାସହ ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ଓ ଦର୍ଶନ ପୂର୍ବରୁ ହାତକୁ ଭଲ ଭାବେ ସାବୁନରେ ଧୋଇବା ପାଇଁ ମଧ୍ୟ ସମଲେଶ୍ୱରୀ ଟ୍ରଷ୍ଟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି।

Comments are closed.